ଏସ୍‌ସିବିରେ ପହଞ୍ଚିଲା ୪ଟି ଏକମୋ ମେସିନ୍: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ଆସିଲା ମୋଟ ୯ଟି ଏକମୋ ମେସିନ । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍‌କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି । ପରେ ଏହି ସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଫଳରେ ଅତି ଗୁରୁତର ତଥା ଆବଶ୍ୟକ ରୋଗୀ ମାଗଣାରେ ଏସସିବିରେ ଏକମୋ ଚିକିତ୍ସା ପାଇପାରିବେ। ସୂଚନା ଯୋଗ୍ୟ ଯେ, କରୋନା ଦ୍ୱିତୀୟ ଲହରରେ ଲୋକେ ବିଶେଷ ଭାବେ ଫୁସଫୁସ୍ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଏହାର ଚିକିତ୍ସା ଦିଗରେ ଏକମୋ ବେଶ ଫଳପ୍ରଦ ହୋଇଥିବା ବେଳେ ଏଥିଲାଗି ବାହାର ରାଜ୍ୟକୁ ଲୋକଙ୍କୁ ଯିବାକୁ ପଡ଼ୁଥିଲା । ଏଣୁ ଏହି ସୁବିଧାକୁ ରାଜ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବିଦେଶରୁ ଏହି ମେସିନ୍ ଆମଦାନୀ କରିଛନ୍ତି । ଯାହା ଫଳରେ ଲୋକେ ଫୁସଫୁସ୍ ଜନିତ ରୋଗର ଚିକିତ୍ସା ସହଜରେ କରାଇପାରିବେ  । ଏବଂ ଏଭଳି ଚିକିତ୍ସା ଲାଗି ଆଉ ବାହାର ରାଜ୍ୟକୁ ମଧ୍ୟ ଯିବାକୁ ପଡ଼ିବନାହିଁ ।

ଏଥିସହିତ ପଢ଼ନ୍ତୁ: ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ: ପୁରୁଣା ସଫେଇ କର୍ମଚାରୀଙ୍କୁ ନୂଆ ସଫେଇ କର୍ମଚାରୀ ଭୁଜାଲିରେ ଆକ୍ରମଣ ଅଭିଯୋଗ

Leave a Reply