ଲଗାଣ ବର୍ଷାରେ ବେହାଲ ଉତ୍ତରରୁ ଦକ୍ଷିଣ, ରାଜସ୍ଥାନରେ ୪ କେରଳରେ ୮ ମୃତ

1 min read

ନୂଆଦିଲ୍ଲୀ: ଉତ୍ତରରୁ ଦକ୍ଷିଣ ଲଗାଣ ବର୍ଷା । ହିମାଞ୍ଚଳ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ରେଡ୍‌ ଆଲର୍ଟ । ୨୦ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଭୀଷଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ରାଜସ୍ଥାନରେ ୪ କେରଳରେ ୮ଜଣଙ୍କ ମୃତ୍ୟୁ ହେଲାଣି । କେଉଁଠି ବଡ଼ ବଡ଼ଗଛ ପଡ଼ିଛି, ତ କେଉଁଠି ଘର କାନ୍ଥ ଭୁଶୁଡ଼ି ପଡୁଛି । ଲଗାଣ ବର୍ଷାରେ ଜଳବନ୍ଦୀ ସ୍ଥିତି ଉପୁଜିଛି ।

ଦିଲ୍ଲୀରେ ଗତ ୯ ଘଣ୍ଟାରେ ୧୨୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ହିମାଞ୍ଚଳର ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ସକାଳୁ ବର୍ଷା ଜାରି ରହିଛି । ଜମ୍ମୁର ବିଭିନ୍ନ ସ୍ଥାନ, ପୂର୍ବ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ପଞ୍ଜାବରେ ବର୍ଷା ଜାରି ରିହଛି । କେରଳର କିଛି ସ୍ଥାନରେ ସକାଳୁ ବର୍ଷା ଜାରି ରହିଛି । ଦିଲ୍ଲୀର ରାଜରାସ୍ତାରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ । ଲୋକ ଯାତାୟତରେ ବହୁ ଅସୁବିଧା ଭୋଗୁଛନ୍ତି ।

କାର୍ ହେଉ କି ବସ୍ ପାଣି ଭିତରେ ପଶି ଯାଉଛନ୍ତି । ପ୍ରଗତି ମୈଦାନ ଟନେଲରେ ପଶିଲା ପାଣି । ଉତ୍ତରାଖଣ୍ଡର ୧୩ ଜିଲ୍ଲାରେ ୧୨ ଜୁଲାଇ ଯାଏ ହେବ ବର୍ଷା । ସେପଟେ କେଦାରନାଥରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ।