ଆନ୍ଧ୍ରପ୍ରଦେଶରୁ ପୁରୀ ଆସୁଥିଲେ, ଅଧାରେ ଅଟକିଲା ଜଗା ଦର୍ଶନ

ଖୋର୍ଦ୍ଧା: ଅଧାରେ ରହିଗଲା ଜଗା ଦର୍ଶନ । ଜଗାକୁ ଦର୍ଶନ କରିବାକୁ ସୂଦୁର ଆନ୍ଧ୍ର ପ୍ରଦେଶରୁ ପୁରୀ ଆସୁଥିଲେ  । ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ୧୬ ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ସୁନେଈ ରୁପେଇ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଟ୍ରକକୁ ପଛରୁ ପିଟିଛି କାର।

କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । କାରଟି ବାଲୁଗାଁ ପଟୁ ଭୁବନେଶ୍ଵର ପଟକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି  । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଆନ୍ଧ୍ରପ୍ରଦେଶରୁ ପୁରୀ ଯାଉଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।