ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ, ୪ ମୃତ

କେନ୍ଦୁଝର: କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ପଣ୍ଡାପଡ଼ା ଥାନା ସୋମଗିରି ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଥିଲା।

ତେବେ ଗାଡ଼ିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୪ ଗୁରୁତରଙ୍କୁ ଆମ୍ବୁଲାନ୍‌ସରେ ନିଆଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାତିରେ ପଣ୍ଡାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ମୃତକମାନେ ମୟୂରଭଞ୍ଜ ହାଟବାଦଲା ଟେଣ୍ଟପଶି ଗାଁର । ସେମାନେ ଗାଈ କିଣିବାକୁ ହରିଚନ୍ଦନପୁରର ଜିରାଙ୍ଗ ଯାଉଥିଲେ। ଆହତ ମାନେ ହେଉଛନ୍ତି ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି, ରେବତୀ ରାଜ ଓ ଏସ. କେ. କମର । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

Leave a Reply