ବରଗଡରେ ଚାଞ୍ଚଲ୍ୟ, ଗୋଟିଏ ଘରେ ପଡିଛି ୪ଟି ମୃତଦେହ

ବରଗଡ଼: ସାରା ରାଜ୍ୟରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ଶେଷଦେବ ମେହେରଙ୍କ ଘରୁ ବାହାରିଲା ୪ଜଣଙ୍କ ମୃତଦେହ । ମୃତ ଦେହ ଗୁଡିକ ଶେଷଦେବ ମେହେର, ସ୍ତ୍ରୀ କ୍ଷୀରେଶ୍ବରୀ ମେହେର, ପୁଅ ଅରବିନ୍ଦ ଓ ଝିଅ ଶିବାନୀ ମେହେରଙ୍କ ହୋଇଥିବା ସୂଚନା ରହିଛି ।

ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଲୋକଙ୍କ ସୂଚନା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲା ଯାଇ ବାହାର କରାଯାଇଛି ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘର ବନ୍ଦ ରହିଥିବାବେଳେ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ତଦନ୍ତ ଜାରି ରଖିଛି ।

ଏସପି ନିଜେ ଘଟଣାସ୍ଥଳରେ ପହଞ୍ଚି ଛାନବିନ କରିଛନ୍ତି । ସମସ୍ତଙ୍କୁ ହତ୍ୟା ହୋଇଛି ନା ଆତ୍ମହତ୍ୟା କରିଛନ୍ତି ସନେଇ ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି । କାଲି ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ବାଡ ପହଞ୍ଚି ତଦନ୍ତ କରିବ । ତେବେ କେତେ ଦି ନହେଲା ସମସ୍ତଙ୍କର ମୃତ୍ୟୁ ହୋଇଛି ସନେଇ କୌଣସି ସୂଚନା ମିଳିପାରିନି । ଏହା ହତ୍ୟା ନାଁ ସମୁହ ଆତ୍ମହତ୍ୟା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି ପୋଲିସ ।