ଆଜିଠୁ ୪ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ, କାହିଁକି ଜାଣନ୍ତୁ

ଭୁବନେଶ୍ୱର: କାଲିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ବେତନ ବୃଦ୍ଧି ଓ ୧୨ ଦଫା ଦାବି ନେଇ ଧର୍ମଘଟର ଡ଼ାକରା ଦିଆଯାଇଛି । ଫଳରେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ । ୩୦ରେ ସରସ୍ୱତୀ ପୂଜା ଛୁଟି, ୩୧ ଓ ୧ ତାରିଖ ଧର୍ମଘଟ ଏବଂ ଫେବ୍ରୁଆରୀ ୨ ରବିବାର ପଡ଼ୁଛି ।

ଧର୍ମଘଟ ସଂପର୍କରେ ସୂଚନା ଦେଇଛି, ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ । ସେପଟେ ଦାବି ପୂରଣ ନ ହେଲେ ମାର୍ଚ୍ଚ୧୧ରୁ ୧୩ ପର୍ଯ୍ୟନ୍ତ  ତିନିଦିନିଆ ଧର୍ମଘଟ କରାଯିବ ।

ଏହା ପରେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି ।

୨୦ ପ୍ରତିଶତ ବେତନ ବୃଦ୍ଧି, ୫ ଦିନିଆ କାର୍ଯ୍ୟଦିବସ ପରି ଦାବିରେ ଆନ୍ଦୋଳନ ଡ଼ାକରା ଦିଆଯାଇଛି।

Leave a Reply