ଅମରାବତିରେ ଲାଗୁ ହେଲା ୪ ଦିନର କର୍ଫ୍ୟୁ

ଅମରାବତି : ମହାରାଷ୍ଟ୍ର ଅମରାବତିରେ ଠପ୍ ହୋଇଛି ଇଣ୍ଟରନେଟ୍ ବ୍ୟବସ୍ଥା । ୪ ଦିନ ପାଇଁ ଲାଗୁ କରାଗଲା ବାଧ୍ୟତାମୂଳକ କର୍ଫ୍ୟୁ । ଗତ ଶୁକ୍ରବାର ମୁସଲିମ୍ ସଙ୍ଗଠନ ବିରୁଦ୍ଧରେ ସ୍ଥାନୀୟ ବିଜେପି କର୍ମୀଙ୍କ ଦ୍ୱାରା ଆୟୋଜିତ ରାଲି କାରଣରୁ ଦଙ୍ଗା ଆରମ୍ଭ ହୋଇଥିବା ପୋଲିସ ସୂଚନା ଦେଇଛି । ଏଥିପାଇଁ ୪ ଦିନର କର୍ଫ୍ୟୁ ସହ ଇଣ୍ଟରନେଟ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି ।

ଗତ ଶନିବାର ରାଜକମଲ ଛକ ନିକଟରେ ଶହେରୁ ଉର୍ଦ୍ଧ୍ୱ ଲୋକେ ସ୍ଲୋଗାନ ସହ କମଳା ରଙ୍ଗର ପତାକା ଧରି ରାଲିରେ ବାହାରିଥିଲେ ।  ଏମାନଙ୍କ ମଧ୍ୟରୁ କେତେକେ ପଥର ମାଡ଼ କରିବାରୁ ପୋଲିସ ଲାଠି ଚାର୍ଜ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା । ପଥର ମାଡ଼ କରିବାରୁ ପୋଲିସ ଗତକାଲି ଅମରାବତିରେ କର୍ଫ୍ୟୁ ଲଗାଇବା ସହ ସିଆରପିସି ଅନ୍ତର୍ଗତ ୧୪୪ଧାରାର ୧,୨,୩ ଲାଗୁ କରିଛି ।

ସ୍ୱାସ୍ଥ୍ୟ ନିମିତ୍ତ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଅନ୍ୟ କୈାଣସି କାମ ପାଇଁ ଅନୁମତି ଦିଆଯିବନାହିଁ । ଏଥିସହ ଗୋଟିଏ ସ୍ଥାନରେ ୫ଜଣଙ୍କଠୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ବୋଲି ସୂଚନା ମିଳୁଛି । ଏହି ଦଙ୍ଗାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଥିବା ବେଳେ ଥାନାରେ ଏ ନେଇ ୨୦ଟି ମାମଲା ରୁଜ୍ଜୁ ହୋଇଛି ।

 

 

Leave a Reply