spot_img

Latest Posts

ପୋଲିସ କବଜାରେ ୪ ଜଣିଆ ଡ଼କାୟତ ଗ୍ୟାଙ୍ଗ, ୨୧ହଜାର ଟଙ୍କା ସହ ମାରଣାସ୍ତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ କବଜାରେ ୪ ଡ଼କାୟତ। ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ଟଙ୍କା , ଗୋଟିଏ ଭୁଜାଲି ଓ କାତି ଜବତ କରିଛି। ସୂଚନା ଅନୁସାରେ ନୃସିଂହ ଜେନା ନାମକ ଜଣେ ବ୍ୟବସାୟୀ ୧୫ ତାରିଖ ଭୋର ୩ ଟା ବେଳେ ବାଲିପଟ୍ଟା ଅଞ୍ଚଳରୁ ଏକ ପିକଅପ ଭ୍ୟାନରେ ଦୁଇଜଣ ସାଥୀଙ୍କ ସହ ତାଳଚେର ର ଥର୍ମାଲ ସାପ୍ତାହିକ ହାଟକୁ ପରିବା କିଣିବା ପାଇଁ ଆସୁଥିଲେ।

ସେହି ସମୟରେ କଣ୍ଢାଳ ନିକଟ ତାରିଣୀ ମନ୍ଦିର ପାଖରେ ୬ ଜଣ ଯୁବକ ମୋଟରସାଇକେଲରେ ଆସି ଭ୍ୟାନକୁ ଅଟକାଇବା ସହ ଭୁଜାଲି ଓ କାତି ଦେଖାଇ ନୃସିଂହ ଓ ତାଙ୍କ ସାଥୀଙ୍କ ଠାରୁ ୭୯ ହଜାର ୨୦୦ ଟଙ୍କା ଲୁଟକରି  ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇଲା ପରେ ତାଳଚେର ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତ ତାଳଚେର ବାଘୁଆବୋଲ ଅଞ୍ଚଳର ସତ୍ୟଜିତ ନାଏକ, ଆନନ୍ଦ  ନାଏକ,ଏବଂ ଢେଙ୍କାନାଳର ବବୁଲ ବେହେରା, କଣ୍ଟାବଣିଆର ଚନ୍ଦନ ପାତ୍ରଙ୍କୁ  ଗିରଫ କରି ତାଙ୍କଠାରୁ ନଗଦ ୨୧ ହଜାର ଟଙ୍କା ସହ ଗୋଟିଏ ଭୁଜାଲି ଓ କାତି ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

Latest Posts

Don't Miss