ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ଏହି ୪ ଦେଶର ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: କଡ଼ା ଟକ୍କର ସହ ଚାଲିଛି ଚାମ୍ପିୟନ୍ସ ଟ୍ରଫି । ତେବେ କିଛି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବାବେଳେ ଏହାକୁ ନେଇ ବିଭିନ୍ନ ବିବାଦମାନ ଦେଖିବାକୁ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫି ପରେ ୪ ଦେଶର ଅଧିନାୟକ ଅବସର ନେବେ ବୋଲି କୁହାଯାଉଛି । ଆୟୋଜକ ପାକିସ୍ତାନ ସେମି ରେସରୁ ବାଦ ପଡ଼ିବା ପରେ ଦେଶର ପ୍ରଂଶସକମାନେ ନିଜ ଦେଶର ଖେଳାଳିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ପିସିସି ପୁଣି ଚିରାଚରିତ ଢ଼ଙ୍ଗରେ ହାରିବା ପରେ ଅଧିନାୟକ ବଦଳାଇବ ବୋଲି ଚର୍ଚ୍ଚା ହେଉଛି । ରିଜଓ୍ବାନ ଚାମ୍ପିୟନ୍ସ ଟ୍ରଫି ପରେ ଅବସର ଘୋଷଣା କରିବେ । ଏହାସହ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମ ମଧ୍ୟ ଏହି ତାଲିକାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ରୋହିତ ବୟସ ଅଧିକ ରହିଥିବାବେଳେ ଦଳ ଏବେଠାରୁ ଯୁବ ଖେଳାଳିଙ୍କୁ ଅଧିନାୟକ ଭାବେ ସୁଯୋଗ ଦେଇ ଭବିଷ୍ୟତ ଚିନ୍ତାରେ ରହିଛି । ଏଣୁ ଆଗୁଆ ଯୋଜନା କରିଛି ବିସିସିଆଇ । ତେବେ ଏନେଇ କୌଣସି ଅଫିସିଆଲ ଭାବେ ଘୋଷଣା ହୋଇନାହିଁ । ସେହିପରି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ଏବଂ ଇଂଲଣ୍ଡ ଅଧିନାୟକ ଜସ ବଟଲର ଅଧିନାୟକ ପଦରୁ ହଟିପାରନ୍ତି । ବଡ଼ ସ୍କୋର କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରିଥିଲା ଇଂଲଣ୍ଡ । ଏହାସହ ବୁଧବାର ଆଫଗାନିସ୍ତାନଠାରୁ ପରାଜୟ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।