କଇଁଛ ଚାଲାଣ ବେଳେ ୪ ଗିରଫ, ୧୭୬ କଇଁଛ ଉଦ୍ଧାର

ଉମରକୋଟ: କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ୧୭୬ଟି ବିରଳ କଇଁଛ ଉଦ୍ଧାର ସହ ଚାରି ଜଣ ଗିରଫ । କଇଁଚ ଚୋରା ଚାଲାଣ ବେଳେ ଦୁଇ ବାଇକ ସହ ଚାରିଜଣ କଇଁଛ ଚୋରା ଚାଲାଣକାରୀକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ । ତେବେ କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି ୧୭୬ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ । ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଥିବା ବେଳେ, ଚୋରାଚାଲାଣ କରୁଥିବା ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଚାରି ଜଣ କଳାହାଣ୍ଡି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।