ପୋଲିସ ହାତରେ ଧରମ ଭାଇ-ଭଉଣୀ ଗ୍ୟାଙ୍ଗ, ଲେଡି ଲୁଟେରା ସହ ୪ ସହଯୋଗୀ ଗିରଫ

1 min read

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲେଡି ଲୁଟେରା । ଲୁଟ ପାଇଁ ଖଳନାୟିକାର ନୂଆ ପ୍ଳାନ । ଧରମ ଭାଇକୁ ଢାଲ କରି ଲୁଟର ଖେଳ ରଚୁଥିଲା ଲେଡି ଲୁଟେରା । ଶେଷରେ ଏହି ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି ।  ମଙ୍ଗଳବାର ବିଳମ୍ବିତ ରାତିରେ ଭରତପୁର ଅଞ୍ଚଳରେ ୩ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି କାର ଲୁଟ କରିଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ହୋଇଛି ।

ଖଣ୍ଡଗିରି ପୋଲିସ ହାତରେ ଧରମ ଭାଇ-ଭଉଣୀ ଗ୍ୟାଙ୍ଗ । ପଦାକୁ ଆସିଲା ଲେଡି ଲୁଟେରା ଆଣ୍ଡ କୋ ର କାରନାମା । ଧରମ ଭାଇ ଚୋରି କରୁଥିଲା, ଭଉଣୀ ଚୋରି ସାମଗ୍ରୀ ବିକୁଥିଲା । ଖଣ୍ଡଗିରି ଅଞ୍ଚଳରେ ସକାଳ ସମୟରେ ଚଲାଇଥିଲେ ଆତଙ୍କ । ନାରାୟଣ ଜେନା, ରାହୁଲ ମହାନ୍ତି ଏବଂ ଜଣେ ନାବାଳକକୁ ନେଇ ଗ୍ୟାଙ୍ଗ ଯୋ଼ଡିଥିଲା  ଲେଡି ଲୁଟେରା । ମର୍ଣ୍ଣିଂୱାର୍କରେ ଯାଉଥିବାଲୋକଙ୍କ ଟାର୍ଗେଟ କରୁଥିଲା ଗ୍ୟାଙ୍ଗ୍ । ଚୋରି ଓ ଲୁଟପାଟ ପରେ ଭରତପୁରରେ ଥିବା ଏକ ଭଡ଼ା ଘରେ ଲୁଟ ସାମଗ୍ରୀ ରଖୁଥିଲେ । ମଉକା ଦେଖି ଲୋକଙ୍କୁ ଚୋରି ସାମଗ୍ରୀ ବିକ୍ରି କରୁଥିଲା ଲେଡି ଲୁଟେରା । ଏହି ଗ୍ୟାଙ୍ଗ ନାମରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ସଂଗୀନ ମାମଲା ରହିଛି ବୋଲି ଖଣ୍ଡଗିରି ଥାନା ପୋଲିସ କହିଛି  । ସେମାନଙ୍କଠାରୁ ବାଇକ, ମୋବାଇଲ ଓ ମାରଣାଅସ୍ତ୍ର ଜବତ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

ଖଣ୍ଡଗିରି ଥାନା ଅଞ୍ଚଳ ପାଲଟିଛି କ୍ରାଇମ ଜୋନ । ତାଳଚେର ରତି ଅଳଙ୍କାର ସିଂହ ମେଡିକାଲ କାମରେ ଭୁବନେଶ୍ୱର ଆସିଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଭରତପୁର ଅଞ୍ଚଳରେ ୩ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି କାର ଲୁଟ କରିଛନ୍ତି ଅପରାଧୀ । ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ରତି । ଦିନକୁ ଦିନ ଖଣ୍ଡଗିରି ଅଞ୍ଚଳ ପାଲଟିଲାଣି ଅପରାଧୀଙ୍କ ଜୋନ୍ । ଗତ ଦେଢ ମାସ ଭିତରେ ଖଣ୍ଡଗିରି ଥାନା ପୋଲିସ ବିଭିନ୍ନ ଅପରାଧିକ ମାମଲାରେ୧୫ରୁ ଅଧିକ ଅପରାଧିକୁ ଗିରଫ କରିଛି  ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Leave a Reply