ବହୁଚର୍ଚ୍ଚିତ ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ । କଟକର ଏକ ଲଜରେ ଲୁଚିଥିବା ବେଳେ ଗିରଫ କରିଛି ପୋଲିସ। ପୂର୍ବରୁ ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାକୁ ଗିରଫ କରିଥିଲା ପୋଲିସ । ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନକୁ ହତ୍ୟା କରାଯାଇଥିଲା। ଏକ ଖଣ୍ଡାରେ ଅଞ୍ଜନ ବେହେରାଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଅଭିଯୁକ୍ତ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୌତମ ନାମକ ଅନ୍ୟ ଜଣେ ଯୁବକ । ହତ୍ୟାକାଣ୍ଡରେ ଯୁବତୀ ଜଣଙ୍କ ସାଜିଥିଲେ ରିଙ୍ଗ ମାଷ୍ଟର। ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।