ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ସଂକ୍ରମଣ,୨ ଲକ୍ଷ ICU ବେଡ୍ ପ୍ରସ୍ତୁତ ରଖିବାକୁ କହିଲା ନୀତି ଆୟୋଗ

1 min read

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆସିବ କରୋନା ସଂକ୍ରମଣର ତୃତୀୟ ପ୍ରବାହ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଛୁଇଁବ। ସେତେବେଳେ ଅତିକମରେ ଦୁଇ ଲକ୍ଷ ଆଇସିୟୁ ବେଡର ଆବଶ୍ୟକତା ପଡିବ ବୋଲି କହିଛନ୍ତି ନୀତି ଆୟୋଗ। ନୀତି ଆୟୋଗ ସଦସ୍ୟ ବି କେ ପଲ କିଛି ଦିନ ତଳେ କରୋନା ସଂକ୍ରମଣର ତୃତୀୟ ପ୍ରବାହର ମୁକାବିଲା ପାଇଁ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ଭବିଷ୍ୟତରେ ୧୦୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ଆଇସିୟୁକୁ ଯିବାର ଆଶଙ୍କା ରହିଛି।

ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଏହା ପୂର୍ବରୁ ନୀତି ଆୟୋଗ ସେପ୍ଟେମ୍ବର ୨୦୨୦ରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହର ବାବଦରେ ସଠିକ ଅନୁମାନ କରାଯାଇଥିଲା। ତେବେ ବର୍ତ୍ତମାନ ନୀତି ଆୟୋଗ ଯେଉଁ ଭବିଷ୍ୟତବାଣୀ କରିଛି ତାହା ଗତ ବର୍ଷଠାରୁ ଅଧିକ । ସେତେବେଳେ ନୀତି ଆୟୋଗ ୨୦ ପ୍ରତିଶତ ରୋଗୀ ଆଇସିୟୁ ବେଡ୍ ଆବଶ୍ୟକ କରିବେ ବୋଲି କହିଥିଲେ । ଏଥର କିନ୍ତୁ ୨୩ ପ୍ରତିଶତ ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କରିବାକୁ କହିଛନ୍ତି ନୀତି ଆୟୋଗ।

କୋଭିଡ୍-୧୯ର ଦ୍ୱିତୀୟ ପ୍ରବାହ ପରେ ହସ୍ପିଟାଲରେ ବେଡକୁ ଅଲଗା ସ୍ତରରେ ନିର୍ଧାରିତ କରିବାକୁ ଅପ୍ରେଲ-ଜୁନରେ ଦେଖାଯାଇଥିବା ଟ୍ରେଣ୍ଡକୁ ଦେଖି କୁହାଯାଇଥିଲା । ଜୁନ ୧ ତାରିଖରେ ଦେଶରେ ଯେତେବେଳେ ସକ୍ରିୟ ମାମଲାର ସଂଖ୍ୟା ୧୮ ଲକ୍ଷ ଥିଲା ସେତେବେଳେ ୨୧.୭୪ ପ୍ରତିଶତ କେସରେ ଆଇସିୟୁର ଆବଶ୍ୟକତା ପଡିଥିଲା ।

ନୀତି ଆୟୋଗ ଅନୁସାରେ ଆହୁରି ମଧ୍ୟ ଖରାପ ସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଆୟୋଗ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ ଲକ୍ଷ ହେବ ବୋଲି ଆଶଙ୍କା କରୁଛନ୍ତି ।ଏହାସହିତ ଆସନ୍ତା ମାସ ସୁଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଭେଣ୍ଟିଲେଟର ସହିତ ୧.୨ ଲକ୍ଷ ଆଇସିୟୁ ବେଡ୍,୭ ଲକ୍ଷ ବିନା ଆଇସିୟୁ ବେଡ୍ (ଯାହା ମଧ୍ୟରୁ ୫ ଲକ୍ଷ ଅକ୍ସିଜେନ୍ ବେଡ୍) ଓ ୧୦ ଲ

Leave a Reply