ନବରଙ୍ଗପୁରରେ ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, ବଛାବଛା ଡାକ୍ତର ପହଞ୍ଚି କରୁଛନ୍ତି ଚିକିତ୍ସା

1 min read

ନବରଙ୍ଗପୁର: ଉପାନ୍ତରେ ସମସ୍ତେ ପାଇବେ ଉତ୍ତମ ସ୍ୱାସ୍ଥ୍ୟସେବା । ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ନବରଙ୍ଗପୁର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବାୟୁ ସ୍ୱାସ୍ଥ୍ୟସେବା। ଆଦିବାସୀ ଇଲାକାରେ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭ ହୋଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବାର ପ୍ରାଥମିକ ପର୍ଯ୍ୟାୟ ପଞ୍ଜିକରଣ । ଏହାସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ବଛାବଛା ଡାକ୍ତରମାନେ ଭୁବନେଶ୍ଵରରୁ ଜୟପୁର ଏୟାରପୋର୍ଟରେ ପହଞ୍ଚି ନବରଙ୍ଗପୁରରେ ପହଞ୍ଚିଛନ୍ତି । ପ୍ରଖ୍ୟାତ ୟୁରୋଲୋଜିଷ୍ଟ, ଜେନେରାଲ ସର୍ଜରୀ, କାର୍ଡିଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ଗ୍ୟାଷ୍ଟ୍ରୋଲୋଜିଷ୍ଟ, ରେଡିଓଲୋଜିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ ।

ନବରଙ୍ଗପୁର ଭଳି ଆଦିବାସୀବହୁଳ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଲଟ୍ରାସାଉଣ୍ଡ, x-ray, ରକ୍ତ ପରୀକ୍ଷା ଭଳି ସମସ୍ତ ମେସିନ ପରିଚାଳକ ଓ ସମସ୍ତେ ସଜାଗ ହୋଇଛନ୍ତି । ବର୍ତ୍ତମାନ ପଞ୍ଜିକରଣ କରିଥିବା ରୋଗୀମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ । କାଲିଠୁ ଏହି ଡାକ୍ତରମାନେ ଚିକିତ୍ସା କରିବେ ।