ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
1 min read
ଭୁବନେଶ୍ୱର : ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ନାୟକ, ବୀରମିତ୍ରପୁରରରୁ ରୋହିତ ଯୋଶେଫ ତିର୍କୀ, ରାଇରଙ୍ଗପୁରରୁ ରାଇସେନ ମୁର୍ମୁ, କେନ୍ଦୁଝରରୁ ମୀନା ମାଝୀ, ବାଲେଶ୍ବରରୁ ସୂରୂପ ଦାସ, ବାରବାଟୀ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଭୁବନେଶ୍ବର-ଜୟଦେବରୁ ନବ କିଶୋର ମଲ୍ଲିକଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ବିଜେଡି ପୂର୍ବରୁ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ସମସ୍ତଙ୍କର ନଜର ଥିଲା କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ ଉପରେ କାରଣ ସେଠାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ । ସେ ସବୁ ଚର୍ଚ୍ଚା ଆଲୋଚନାର ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ । ଗତ ଦୁଇଦିନ ତଳେ ବିଜେପି ଛାଡି ବିଜେଡିରେ ମିଶିଥିବା ସାଲେପୁରର ପୂର୍ବତନ କଂଗ୍ରେସ ବିଧାୟକ ତଥା ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଦଳ ଯୋଦ୍ଧା କରିଛି ।