୧୫ ଦିନରୁ ମାସେ ଭିତରେ ଆରମ୍ଭ ହୋଇପାରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରରେ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର । ମହାମାରୀର କରାଳ ପ୍ରକୋପରେ ମହାରାଷ୍ଟ୍ରର ମାଟି କାମୁଡ଼ି ପଡ଼ିଥିଲା । ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଥମିଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛି ଟାସ୍କ ଫୋର୍ସ । ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟାସ୍କ ଫୋର୍ସ ଏଭଳି ଅନୁମାନ କରିଛି ।

3rd Covid Wave Could Hit Maharashtra In 2-4 Weeks Says Task Force

ଟାସ୍କ ଫୋର୍ସ ଦେଇଥିବା ସଂକେତ ଅନୁସାରେ, ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ମୋଟ ସଂକ୍ରମଣ ମାମଲା ଦୁଇଗୁଣ ହୋଇପାରେ । ଏପରିକି ସକ୍ରିୟ ସଂକ୍ରମଣ ମାମଲା ୮ ଲକ୍ଷ ଯାଏ ପହଞ୍ଚିବା ଆଶଙ୍କା କରିଛି ଟାସ୍କ ଫୋର୍ସ । ଏଥିସହ ୧୦ ପ୍ରତିଶତ ଛୁଆ ସଂକ୍ରମିତ ହେବା ନେଇ ଟାସ୍କ ଫୋର୍ସ ପୂର୍ବାନୁମାନ କରିଛି ।

ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ଜୋର୍ ଦେଇ କହିଛନ୍ତି, ରାଜ୍ୟକୁ ବ୍ରିଟେନ୍ ଭଳି ସ୍ଥିତିର ସାମନା କରିବାକୁ ପଡ଼ିପାରେ । ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାର ୪ ସପ୍ତାହ ଭିତରେ କରୋନାର ତୃତୀୟ ଲହର ଆସିବ । ଏଥିରେ ନିମ୍ନ ଓ ମଧ୍ୟମ ବର୍ଗ ଲୋକ ଅଧିକ ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ ଆଶଙ୍କା କରିଛି ।

Leave a Reply