ଇ-ଅଫିସରେ ଅନ୍ତର୍ଭୁକ୍ତ ହେବ ସବୁ ବାଟାଲିୟନ : ଡିଜିପି

1 min read

ଭୁବନେଶ୍ୱର: ରାଜଧାନୀରେ ତୃତୀୟ କମାଣ୍ଡାଣ୍ଟ କନଫେରେନ୍ସ ଅନୁଷ୍ଠିତ ହୋଇଛି । ଏଥିରେ ୪ ପ୍ରକାର ବାଟାଲିୟନର ସ୍ୱତନ୍ତ୍ର ଲୋଗୋ ଉନ୍ମୋଚିତ ହୋଇଛି । ୨୦୨୦ ମାର୍ଚ୍ଚ ୨୦ ସୁଦ୍ଧା ଇ-ଅଫିସରେ ଅନ୍ତର୍ଭୁକ୍ତ ହେବ ସବୁ ବାଟାଲିୟନ । ପ୍ରାଥମିକ ପର୍ଯ୍ୟାରେ ୫ଟି ବାଟାଲିୟନରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏ ସବୁ ବାଟାଲିୟନ୍ ହେଲା ଢେଙ୍କାନାଳ, ରାଉରକେଲା, ମାଲକାନାଗିରି, ଖୋର୍ଦ୍ଧା ଓ କଟକ । ବାଟାଲିୟନ ଗୁଡ଼ିକରେ ଇ-ଅଫିସ କାର୍ଯ୍ୟକ୍ଷମ ହେଲେ ଏହା ପେପର ଲେସ ହୋଇପାରିବ । ମାଲକାନଗିରିର ଜଣେ ବାଟାଲିୟନ କର୍ମଚାରୀ ଛୁଟି ନେବାକୁ ଚାହିଁଲେ ତାହା ଇ-ଅଫିସ ଦ୍ୱାରା ତତକ୍ଷଣାତ୍ ମଞ୍ଜୁରୀ ହୋଇପାରିବ ।

ସମସ୍ତ ବାଟାଲିୟନର ପୋଲିସ କର୍ମଚାରୀ ମାନଙ୍କୁ ଉନତ ମାନର ଟ୍ରେନିଂ ଦିଆଯାଇ ପାରିବ ବୋଲି ପୋଲିସ ଡିଜି ବିଜୟ ଶର୍ମା ସୂଚନା ଦେଇଛନ୍ତି । ଆର୍ମସ, କମ୍ପୁଟର, ଆଇନ ଶୁଙ୍ଖଳାକୁ କିଭଳି ଡିଲ କରିବେ ସେ ନେଇ ୨୩ ବାଟାଲିୟନ ଓ ୨ଟି ଟ୍ରେନିଂ ବାଟାଲିୟନରୁ କମାଣ୍ଡାଣ୍ଟ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ତୃତୀୟ କମାଣ୍ଡାଣ୍ଟ କନଫେରେନ୍ସରେ ଡିଜିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

')}

Leave a Reply