ସାମୁଦ୍ରିକ ଝଡ଼ ତୋଫାନକୁ ଅତିକ୍ରମ କରି ଗଞ୍ଜାମ ଉପକୂଳରେ ପହଞ୍ଚିଲେ ଓଡ଼ିଆ ଶ୍ରମିକ

ଗଞ୍ଜାମ: ପୁଣି ଜଳପଥରେ ଓଡ଼ିଶା ପହଞ୍ଚିଲେ ପ୍ରବାସୀ । ତିନିଦିନ ତଳେ ଚେନ୍ନାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଥିବା ଏକ ବୋଟ୍‌ ଆଜି ଗଞ୍ଜାମ ଜିଲ୍ଲା ରମେୟାପାଟଣା କୂଳରେ ଲାଗିଛି । ୩୯ଜଣ ଶ୍ରମିକଙ୍କୁ ନେଇ ବୋଟ୍‌ ଆରମ୍ଭ କରିଥିଲା ଯାତ୍ରା । ତେବେ ଅଧାବାଟରେ ଆନ୍ଧ୍ରର ଶ୍ରମିକମାନେ ଓହ୍ଲାଇ ପଡିଥିଲେ । ବୋଟ୍‌ ରମେୟାପାଟଣାରେ ଲାଗିବା ପୂର୍ବରୁ ପାତିସୁନାପୁରରୁ ଆଉ କିଛି ଓହ୍ଲାଇ ଯାଇଥିଲେ । ଶେଷରେ ବୋଟ୍‌ ରମେୟାପାଟଣାରେ ଲାଗିବା ବେଳକୁ ମାତ୍ର ୧୨ଜଣ ଶ୍ରମିକ ଥିଲେ ।

ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଅଧାବାଟରୁ ଓହ୍ଲାଇ ପଡ଼ିଥିବା ଶ୍ରମିକଙ୍କୁ ଖୋଜିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ସେପଟେ ବୋଟ୍‌ କୂଳରେ ଲାଗିବା ପରେ ଶ୍ରମିକ କହିଛନ୍ତି ଏହି ଦୁଃସାହାସିକ ଜଳଯାତ୍ରାର କାହାଣୀ । ଲକଡାଉନ୍‌ ପରେ ଶ୍ରମିକଙ୍କୁ ଚଳିବା ମୁସ୍କିଲ୍‌ ହୋଇ ପଡିଥିଲା । ପରିବାର ଲୋକେ ୧ଲକ୍ଷ ୮୫ ହଜାର ଟଙ୍କା ଚାନ୍ଦା କରି ପଠାଇବା ପରେ ଏକ ବୋଟ୍‌କୁ କିଣିଥିଲେ ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ତେବେ ବାଟରେ ଆସିବା ବେଳେ ଝଡ଼ତୋଫାନ୍‌ ହୋଇଥିଲା । ଆଶାଆଶଙ୍କା ଭିତରେ ଭୋକଉପାସରେ ଜଳଯାତ୍ରା ଚାଲିଥିଲା । ତିନିଦିନ ପରେ ଚେନ୍ନାଇରୁ ବାହାରିଥିବା ବୋଟ୍‌ ଆସି ପହଞ୍ଚିଥିଲା ଗଞ୍ଜାମ କୂଳରେ । ଏହାକୁ ମିଶାଇ ତୃତୀୟ ବୋଟ୍‌ ପହଞ୍ଚିଛି ଗଞ୍ଜାମରେ । ପ୍ରବାସୀ ଶ୍ରମିକଙ୍କୁ ନେଇ ଆହୁରି ୬ଟି ବୋଟ୍‌ ବାହାରିଥିବା ସେମାନେ ସୂଚନା ଦେଇଛନ୍ତି ।

 

Leave a Reply