ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, କରୋନାରେ ଗଲା ୧୦ ଜଣଙ୍କର ଜୀବନ

2 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତି ଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୯୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ହଜାର ୩୪୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଶହ ୬୫ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏକ ଲକ୍ଷ ୫୦ ହଜାର ୮୦୭ ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୭୯ ଜଣ । ରାଜ୍ୟରେ ୨୪ ଳକ୍ଷ ୨୩ ହଜାର ୧୨୪ କମୁଲେଟିଭ ଟେଷ୍ଟ ଏପର୍ଯ୍ୟନ୍ତ ହୋଇଛନ୍ତି ।

୩୦ ଜିଲ୍ଲାରୁ ୩୯୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୩, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୪୬, ଭଦ୍ରକରୁ ୧୨୩, ବଲାଙ୍ଗିରରୁ ୧୪୨, ବୌଦ୍ଧରୁ ୬୧, କଟକରୁ ୩୮୨, ଦେବଗଡ଼ରୁ ୧୫, ଢ଼େଙ୍କାନାଳରୁ ୭୪, ଗଜପତିରୁ ୧୬, ଗଞ୍ଜାମରୁ ୮୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୧୬୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୫୬, କେନ୍ଦୁଝରରୁ ୭୬, କୋରାପୁଟରୁ ୧୦୦, ମାଲକାନାଗିରିରୁ ୬୮, ମୟୂରଭଞ୍ଜରରୁ ୧୪୭, ନବରଙ୍ଗପୁରରୁ ୧୧୨, ନୟାଗଡ଼ରୁ ୬୦, ନୂଆପଡ଼ାରୁ ୧୨୮, ପୁରୀରୁ ୨୧୨, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୧୪୧, ସୋନପୁରରୁ ୯୧, ସୁନ୍ଦରଗଡ଼ରୁ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଆଜି ମଧ୍ୟ ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ରହିଛି ୬୨୬ । ବାଲେଶ୍ୱରରୁ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଭୁବନେଶ୍ୱରରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଜଣଙ୍କ ବୟସ ୬୨ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୬୬ ବର୍ଷ ।

ସେହିଭଳି ଗଞ୍ଜାମରୁ ୫୫ ବର୍ଷୀୟ ବ୍ୟକ୍ତି, କଟକରୁ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି ଜଣଙ୍କ ବୟସ ୪୫ ବର୍ଷ ଏବଂ ଅନ୍ୟ ଜଣଙ୍କର ବୟସ ୭୦ ବର୍ଷ । କଳାହାଣ୍ଡିରୁ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଖୋର୍ଦ୍ଧାରୁ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୬୦ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେପଟେ ସୁବର୍ଣ୍ଣପୁରରେ ମଧ୍ୟ ୮୪ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Leave a Reply