ଟିକା ନେବା ପରେ ୩୭ ଡାକ୍ତରଙ୍କୁ କରୋନା

37 doctors of Delhi's Sir Ganga Ram Hospital test positive for Covid-19

ନୂଆଦିଲ୍ଲୀ: ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ହୋମ୍ ଆଇସୋଲେସନରେ ଅଛନ୍ତି । ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କରୋନା ସଂକ୍ରମିତ ଚିହ୍ନଟ ସମସ୍ତ ଡାକ୍ତର ପୂର୍ବରୁ କୋଭିଡ୍ ଟିକା ନେଇଥିଲେ । ସାର୍ ଗଙ୍ଗାରାମ ହସ୍ପିଟାଲରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ୩୭ ଡାକ୍ତରଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଅଧିକାଂଶ ଡାକ୍ତରଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନାର ୭ ହଜାର ୪୭୩ଟି ମାମଲା ଆସିଛି । ସାଢ଼େ ୪ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଗତବର୍ଷ ନଭେମ୍ବର ୧୯ରେ ଦିଲ୍ଲୀରେ ୭ ହଜାର ୫୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Leave a Reply