କରୋନାରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଫୁଟ ଯୋଦ୍ଧା, ସୁନ୍ଦରଗଡ଼ରେ ୩୭ ଯୋଦ୍ଧା କରୋନା ଆକ୍ରାନ୍ତ

1 min read

ସୁନ୍ଦରଗଡ଼: ରାଜ୍ୟରେ ଆଜି ପୁଣି ନୂଆ ୫୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏ ସମସ୍ତଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ୩୬ ଜଣ ପୋଲିସ୍‌ କର୍ମଚାରୀ ହୋଇଥିବା ବେଳେ ଜଣେ ଡାକ୍ତର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

୩୬ ଜଣ ପୋଲିସଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଏବଂ ଜଣେ ଇନସ୍ପେକ୍ଟର ରହିଛନ୍ତି । ୫୨ ଜଣଙ୍କ ମଧ୍ୟରୁ ୬ ଜଣ ବାହାରୁ ଆସିଥିବା ବେଳେ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁଇଜଣ ଲୋକାଲ କଣ୍ଟାକ୍ଟ ରହିଥିବା ଜଣା ପଡ଼ିଛି । ଏମାନଙ୍କ ମଧ୍ୟରୁ କିଛି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ କିଛି ସଂକ୍ରମିତଙ୍କୁ ରାଉରକେଲା କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏଭଳି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ।

ରାଜ୍ୟରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୪ ହଜାର ୨୮୦ରେ ପହଞ୍ଚିଛି । ସେହିଭଳି ୯ ହଜାର ୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ୪ ହଜାର ୯୨୯ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ କରୋନା ଆଉ ୪ଜଣଙ୍କର ମୁଣ୍ଡ ନେଇଛି । ଯାହାଫଳରେ ୭୪ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା ।

Leave a Reply