କରୋନାରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଫୁଟ ଯୋଦ୍ଧା, ସୁନ୍ଦରଗଡ଼ରେ ୩୭ ଯୋଦ୍ଧା କରୋନା ଆକ୍ରାନ୍ତ
1 min readସୁନ୍ଦରଗଡ଼: ରାଜ୍ୟରେ ଆଜି ପୁଣି ନୂଆ ୫୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏ ସମସ୍ତଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ୩୬ ଜଣ ପୋଲିସ୍ କର୍ମଚାରୀ ହୋଇଥିବା ବେଳେ ଜଣେ ଡାକ୍ତର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
Out of the 52 cases reported, 6 are returnees, 7 are contacts of previous positive, 37 are COVID Warriors and two are local contact cases with symptoms. All are either shifted to COVID hospital Rourkela, COVID Health Centre, NTPC Hospital, Sundargarh or Home quarantined as per pic.twitter.com/UvAW05jHFB
— Collector and DM, Sundargarh (@DMSundargarh) July 14, 2020
୩୬ ଜଣ ପୋଲିସଙ୍କ ମଧ୍ୟରେ ଜଣେ ଡିଏସ୍ପି ଏବଂ ଜଣେ ଇନସ୍ପେକ୍ଟର ରହିଛନ୍ତି । ୫୨ ଜଣଙ୍କ ମଧ୍ୟରୁ ୬ ଜଣ ବାହାରୁ ଆସିଥିବା ବେଳେ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁଇଜଣ ଲୋକାଲ କଣ୍ଟାକ୍ଟ ରହିଥିବା ଜଣା ପଡ଼ିଛି । ଏମାନଙ୍କ ମଧ୍ୟରୁ କିଛି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ କିଛି ସଂକ୍ରମିତଙ୍କୁ ରାଉରକେଲା କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏଭଳି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ।
ରାଜ୍ୟରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୪ ହଜାର ୨୮୦ରେ ପହଞ୍ଚିଛି । ସେହିଭଳି ୯ ହଜାର ୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ୪ ହଜାର ୯୨୯ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ କରୋନା ଆଉ ୪ଜଣଙ୍କର ମୁଣ୍ଡ ନେଇଛି । ଯାହାଫଳରେ ୭୪ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା ।