୩୬୫ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

୩୬୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଏହି ଡାକ୍ତରମାନେ । ସେମାନଙ୍କୁ ମାସକ ମଧ୍ୟରେ ନୂଆ ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆସିଷ୍ଟାଣ୍ଟ ସର୍ଜନ ପାହ୍ୟାର ମୋଟ ୩୬୫ ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ଏହି ଡାକ୍ତରମାନଙ୍କୁ ନିଯୁକ୍ତି ଦେବା ଲାଗି ଲୋକସେବା ଆୟୋଗ ଗତ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିଥିଲେ  । ଏହି ଡାକ୍ତରମାନେ ଆସନ୍ତା ୩୦ ଦିନ ମଧ୍ୟରେ ନୂଆ ଚାକିରି ସ୍ଥାନରେ ଯୋଗ ଦେବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ସାର୍ଟିଫିକେଟ୍ ଯାଞ୍ଚ କାର୍ଯ୍ୟ ସମ୍ପାଦକ କରିବେ । ରାଜ୍ୟରେ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଏହି ନୂଆ ଡାକ୍ତରମାନଙ୍କ ଯୋଗଦାନ ରାଜ୍ୟ ସ୍ୱାସ୍ଥ୍ୟସେବାରେ ଅଧିକ ସହାୟକ ହେବ ବୋଲି କୁହାଯାଉଛି ।

Leave a Reply