ମଧ୍ୟାହ୍ନ ଭୋଜନ ଖାଇ ୩୬ ଛାତ୍ରଛାତ୍ରୀ ଅସୁସ୍ଥ, ୫ ଗୁରୁତର

କନ୍ଧମାଳ: ଟିଟିଲାଗଡ଼ ପରେ ଦାରିଙ୍ଗବାଡିରୁ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୩୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ସିମନବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ଆଜି ଶନିବାର ଛାତ୍ରଛାତ୍ରୀଙ୍କୁ ଭାତ ଓ ଅଣ୍ଡା ତରକାରୀ ଖାଇବାକୁ ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଖଟା ଲାଗୁଥିଲା ବୋଲି ଛାତ୍ରଛାତ୍ରୀ କହିଥିଲେ । ଏହାର କିଛି ସମୟ ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ ।

ଏହା ପୂର୍ବରୁ ଟିଟିଲାଗଡ଼ର ମୁରିବାହାଲ ବ୍ଲକ ଡେଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ଆସିଥିଲା । ଏଠାରେ ତରକାରୀ ରନ୍ଦାଯିବା ବେଳେ ହଳଦୀ ବଦଳରେ ସର୍ପ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

ନଜର ପକାନ୍ତୁ