spot_img

Latest Posts

ଅପରେସନ ସିନ୍ଦୂର ବେଳେ କରାଚୀ ବନ୍ଦର ନିକଟରେ ମୁତୟନ ହୋଇଥିଲା INS ବିକ୍ରାନ୍ତ ସହ ୩୬ ଜାହାଜ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ବେଳେ କରାଚୀ ବନ୍ଦର ନିକଟରେ ମୁତୟନ ହୋଇଥିଲା ଆଇଏନଏସ ବିକ୍ରାନ୍ତ, କେତେକ ବୁଡ଼ାଜାହାଜ ସମେତ ୩୬ଟି ନୌସେନା ଜାହାଜ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ପାକିସ୍ତାନ ବିରୋଧରେ ଭାରତ ମୁତୟନ କରିଥିଲା ମୋଟ ୬ଟି ଯୁଦ୍ଧଜାହାଜ। ଅପରେସନ ସିନ୍ଦୂର ବେଳେ ଭାରତୀୟ ନୌସେନା ହାଇଆଲର୍ଟରେ ଥିଲା ବୋଲି ଜଣାଯାଇଛି। କ୍ୟାରିୟର ବ୍ୟାଟଲ ଗରୁପ ଆଇଏନଏସ ବିକ୍ରାନ୍ତକୁ ସହଯୋଗ କରୁଥିଲେ ୮ରୁ ୧୦ଟି ଯୁଦ୍ଧଜାହାଜ। ଭାରତୀୟ ନୌସେନାର ଏହା ଥିଲା ଏକ ସର୍ବବୃହତ ରିଅଲଟାଇମ ଅପରେସନାଲ ମୁଭମେଣ୍ଟ। ପାକିସ୍ତାନ ବିରୋଧରେ ମୁତୟନ ହୋଇଥିଲା ୭ଟି ଡ୍ରେଷ୍ଟ୍ରୟର ଯେଉଁଥିରେ ରହିଥିଲା ବ୍ରହ୍ମୋସ ମିସାଇଲ, ମଧ୍ୟମଦୂରଗାମା ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ମିସାଇଲ, ବରୁଣାସ୍ତ୍ର ଟର୍ପେଡୋ।

ଏହା ସହ ୭ଟି ଷ୍ଟିଲଥ ଗାଇଡେଡ ମିସାଇଲ ଫ୍ରିଗେଟ, ଆଇଏନଏସ ତ୍ରିଶୂଳ ଆଦି ବି ଖଞ୍ଜାଯାଇଥିବା ସୂଚନା ମିଳିଛି। ପାକିସ୍ତାନ ପକ୍ଷରୁ ମୋଟ ୩୦ଟି ଯୁଦ୍ଧଜାହାଜ ମୁତୟନ ହୋଇଥିଲା ବୋଲି କୁହାଯାଇଛି। ପହଲଗାଓଁ ହମଲା ପରେ ଗତ ମେ ୭ରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ଏହି ଅଭିଯାନରେ ଭାରତର ଦର୍ପ ନିକଟରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ ।

Latest Posts

Don't Miss