ରାଜ୍ୟରୁ ପୁଣି ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫୦ ଜଣ ରହିଛି ଲୋକାଲ କଣ୍ଟାକ୍ଟ । ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଅନୁଗୁଳ ଜିଲ୍ଲା ।
Covid-19 Report For 17th December
New Positive Cases: 358
In quarantine: 208
Local contacts: 150(Details of local contacts will be shared by concerned District Administration)
District Wise Cases:
1. Angul: 52
2. Balasore: 35
3. Bargarh: 7
4. Bhadrak: 1
5. Balangir: 13— I & PR Department, Odisha (@IPR_Odisha) December 18, 2020
ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୩୫ , ବରଗଡ଼ରେ ୭ , ଭଦ୍ରକରେ୧ , ବଲାଙ୍ଗିରରେ ୧୩ , କଟକରେ ୨୮ , ଦେବଗଡ଼ରେ ୪, ଢେଙ୍କାନାଳରେ ୫, ଗଞ୍ଜାମରେ ୫ , ଗଜପତି ୪, ଜଗତସିଂହପୁରରେ ୪ , ଯାଜପୁରରେ ୧୫ , ଝାସୁଗୁଡ଼ାରେ ୬ , କଳାହାଣ୍ଡିରେ ୪ , କେନ୍ଦ୍ରାପଡ଼ାରେ ୧୧ , କେନ୍ଦୁଝରରେ ୮ , କୋରାପୁଟରେ ୮ , ଖୋର୍ଦ୍ଧାରେ ୩୬, ମୟୂରଭଞ୍ଜରେ ୧୭ , ନବରଙ୍ଗପୁରରେ ୬ , ନୟାଗଡ଼ରେ୧ , ନୂଆପଡ଼ାରେ ୨୬ , ପୁରୀରେ୧ , ରାୟଗଡ଼ାରେ୧, ସମ୍ବଲପୁରରେ ୨୧ ଓ ସୋନପୁରରେ ୧, ସୁନ୍ଦରଗଡ଼ରେ ୨୯ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
23. Puri: 1
24. Rayagada: 1
25. Sambalpur: 21
26. Sonepur: 1
27. Sundargarh: 29
28. State Pool: 9New recoveries: 376
Cumulative tested: 6536212
Positive: 325505
Recovered: 320584
Active cases: 3039— I & PR Department, Odisha (@IPR_Odisha) December 18, 2020
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ରେ ପହଞ୍ଚିଥିବା ବେଳେ ୩,୨୦,୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩,୦୩୯ ଜଣ ଚିକିତ୍ସାଧୀନ ରହିଛନ୍ତି।