ସୁଖୀ ଓଡ଼ିଶାର ମନ୍ତ୍ର ଦେଲେ ନବୀନ, ଏଲୋପାଥିକ- ହୋମିଓପାଥିକ୍ ଅଧ୍ୟାପକଙ୍କୁ ଦେଲେ ନିଯୁକ୍ତି

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫୮ ଏଲୋପାଥିକ, ୧୧୬ ହୋମିଓପାଥିକ୍ ଓ ୩୬ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାର ମନ୍ତ୍ର ଦେଇଛନ୍ତି । ଲୋକସଭା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବାକୁ ନବନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ତିନି ବର୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବଜେଟ୍ ଦୁଇଗୁଣା ହୋଇଥିବାବେଳେ ରାଜ୍ୟ ବଜେଟର ମୋଟ ବ୍ୟବରାଦର ଏହା ୬ପ୍ରତିଶତରୁ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନବନିଯୁକ୍ତ ଡାକ୍ତର ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବେ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏକଥାକୁ ଦୋହରାଇବା ସହ ବିନା ଖର୍ଚ୍ଚରେ ରାଜ୍ୟବାସୀ ଯେଭଳି ଉତ୍ତମ ସ୍ବାସ୍ଥ୍ୟସେବା ପାଇବେ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ନବୀନ ।