ହାଇଟେକ୍‌ ହେଉଛି ହାଇସ୍କୁଲ, ଆଜି ରୂପାନ୍ତରଣ ହେବ ୩୫୭ ସ୍କୁଲ

1 min read

ଭୁବନେଶ୍ବର: ବଦଳୁଛି ସରକାରୀ ସ୍କୁଲର ଚିତ୍ର । 5T ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମରେ ହାଇଟେକ୍ ହେଉଛି ହାଇସ୍କୁଲ । ସ୍କୁଲ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ 5T ଉପକ୍ରମରେ ହାଇସ୍କୁଲର ରୂପାନ୍ତରଣ ଚାଲିଛି । ବଦଳୁଛି ସ୍କୁଲର ରୂପରେଖ । ଆଧୁନିକ ଟେକନୋଲୋଜିରେ ଡିଜିଟାଲ ଓ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଓ ଲାବୋରୋଟାରୀ, ଶୈଖିକ ପରିବେଶ ଦ୍ବାରା ପିଲାଙ୍କ ପାଠପଢ଼ା ଢାଞ୍ଚା ପରିବର୍ତ୍ତନ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ଆଜି ୪ଟି ଜିଲ୍ଲାର ୩୫୭ ହାଇସ୍କୁଲ ହେବ ରୂପାନ୍ତରଣ । ଅପରାହ୍ନ ୫ଟାରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାର ୮୭ଟି ହାଇସ୍କୁଲ, ଗଞ୍ଜାମ ଜିଲ୍ଲାର ୧୦୬ ହାଇସ୍କୁଲ, କେନ୍ଦୁଝରର ୫୭ ଓ ଜଗତସିଂହପୁରର ୧୦୭ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ କରିବେ ନବୀନ । ଏବେସୁଦ୍ଧା ହଜାରେରୁ ଅଧିକ ହାଇସ୍କୁଲ ହେଲାଣି ରୂପାନ୍ତରଣ ।

ସେହିପରି ଆସନ୍ତାକାଲି ୩ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଶୁଭାରମ୍ଭ ହେବ । କୋରାପୁଟର ୫୮, ବଲାଙ୍ଗୀରର ଶହେ ଓ ସମ୍ବଲପୁରର ୬୧ ହାଇସ୍କୁଲ ରୂପାନ୍ତିରତ ହେବ ।