ଦିନକରେ ଓଡିଶାରୁ ୩୫୬ କରୋନା ପଜିଟିଭ, ୩ ମୃତ
1 min readଭୁବନେଶ୍ୱର: ଓଡିଶାରେ କ୍ରମାଗତ ଭାବରେ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ କ୍ବାରେଣ୍ଟାଇନରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ଓ ଲୋକାଲ କେସ ରହିଛି ୧୫୭ । ଖୋର୍ଦ୍ଧାରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 18th December
New Positive Cases: 356
In quarantine: 199
Local contacts: 157(Details of local contacts will be shared by concerned District Administration)
District Wise Cases:
1. Angul: 29
2. Balasore: 26
3. Bargarh: 17
4. Bhadrak: 7
5. Balangir: 10— I & PR Department, Odisha (@IPR_Odisha) December 19, 2020
ସେହିପରି ସୁନ୍ଦରଗଡ଼ରୁ ୩୫, ମୟୂରଭଞ୍ଜରୁ ୨୯, ଅନୁଗୁଳରୁ ୨୯, ବାଲେଶ୍ବରରୁ ୨୬ ଓ ସମ୍ବଲପୁରରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୮୬୧ରେ ପହଞ୍ଚିଛି । ତନ୍ମଧ୍ୟରୁ ୩ ଲକ୍ଷ ୨୦ ହଜାର ୯୪୭ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ୩ ହଜାର ୨୯ରହିଛି।
23. Rayagada: 4
24. Sambalpur: 25
25. Sonepur: 1
26. Sundargarh: 35
27. State Pool: 12New recoveries: 363
Cumulative tested: 6569279
Positive: 325861
Recovered: 320947
Active cases: 3029— I & PR Department, Odisha (@IPR_Odisha) December 19, 2020
ସେହିପରି କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮୩୨ରେ ପହଞ୍ଚିଛି ।