୨୪ ଘଣ୍ଟା ମଧ୍ୟରେ ଭାରତରୁ ୩୫,୫୫୧ କରୋନା ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫ ହଜାର ୫୫୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୫ ଲକ୍ଷ ୩୪ ହଜାର ୯୬୫ ରେ ପହଞ୍ଚିଛି ।
ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ୧ ଲକ୍ଷ ୩୮ ହଜାର ୬୪୮ ଲୋକ ପ୍ରାଣ ହରାଇଛନ୍ତି ।
With 35,551 new #COVID19 infections, India's total cases rise to 95,34,965
With 526 new deaths, toll mounts to 1,38,648. Total active cases at 4,22,943
Total discharged cases at 89,73,373 with 40,726 new discharges in the last 24 hrs pic.twitter.com/UvcX9z2aaX
— ANI (@ANI) December 3, 2020
ଏମାନଙ୍କ ମଧ୍ୟରେ ୪ ଲକ୍ଷ ୨୨ ହଜାର ୯୪୩ଟି ମାମଲା ସକ୍ରିୟ ରହିଛି । ସେପଟେ ଗୋଟିଏ ଦିନରେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ଏଯାବତ୍ ୮୯ ଲକ୍ଷ ୭୩ ହଜାର ୩୭୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।