ତେଜସ ରାଜଧାନୀ ଏକ୍ସପ୍ରେସରେ ବଡ ଚୋରି, ଲୁଟିନେଲେ ୬୦ ଲକ୍ଷ
କୋଟା: ରାଜସ୍ଥାନରେ ଚଳନ୍ତା ଟ୍ରେନରେ ବଡ ଚୋରି । ଦିଲ୍ଲୀ ମୁମ୍ବାଇ ତେଜସ ରାଜଧାନୀ ଏକ୍ସପ୍ରେସରେ ବଡ ଡକାୟତି । କୋଟା ରେଳ ଷ୍ଟେସନ ନିକଟରେ ରାଜଧାନୀ ଟ୍ରେନରେ ଜଣେ ଯାତ୍ରୀଙ୍କ ନିକଟରୁ ନଗଦ ୩୫ ଲକ୍ଷ ଟଙ୍କା ଓ ୨୫ ଲକ୍ଷ ମୂଲ୍ୟର ସୁନାଗହଣା ଲୁଟ୍ ହୋଇଛି । ପୀଡିତ କୋଟା ଜିଆରପି ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।
ପୀଡିତଙ୍କ ନାଁ ଲୋହିତ ରେଗର ବୋଲି ଜଣାପଡିଛି । ସେ ଦିଲ୍ଲୀର ଏକ ଜୁଏଲରୀ ଦୋକାନରେ କାମ କରନ୍ତି । ଟଙ୍କା ସହ ସୁନାଗହଣା ମୁମ୍ବାଇ ପହଞ୍ଚାଇବାକୁ ତାକୁ ମାଲିକ ଦିଲ୍ଲୀ ପଠାଇଥିଲେ । ସେ ଶୁକ୍ରବାର ଦିନ ଦିଲ୍ଲୀରୁ ତେଜସ ରାଜଧାନୀ ଏକ୍ସପ୍ରେସରେ ମୁମ୍ବାଇ ବାହାରିଥିଲା । କୋଟା ଷ୍ଟେସନ ପହଞ୍ଚିବା ପୂର୍ବରୁ ନଗଦ ଟଙ୍କା ସହ ସୁନାଗହଣା ଭର୍ତ୍ତି ବ୍ୟାଗଟି ଗାଏବ ହୋଇଯାଇଥିଲା ।
ବହୁ ଖୋଜାଖୋଜି ପରେ ପାଖରେ ଥିବା ୨ ସହଯାତ୍ରୀ ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ପୀଡିତ ଜଣକ କୋଟା ଜିଆରପି ଥାନାରେ ଅଭିଯୋଗ କରିଥିଲେ ।