ବସ୍ ଦୁର୍ଘଟଣାରେ ୩୫ ଲୋକଙ୍କ ଜୀବନ ଗଲା, ଉଦ୍ଧାର କାର୍ଯ୍ୟ ଜାରି

1 min read

ସାଉଦି ଆରବର ପ୍ରସିଦ୍ଧ ସହର ମେଦିନାରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରେ ୩୫ ଲୋକଙ୍କର ମୃତ୍ୟୁ ହୋଇଛି । ସମସ୍ତେ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି । ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ସହିତ ଅନ୍ୟଏକ ବଡ଼ ଗାଡ଼ିର ଧକ୍କା ହୋଇଥିଲା । ସମସ୍ତ ଯାତ୍ରୀ ଆରବ୍ ଓ ଏସିଆର ଥିଲେ ବୋଲି ଜଣାପଡ଼ିଛି । ବସରେ ନିଆଁ ଲାଗିଯିବାରୁ ଅଧିକାଂଶ ଯାତ୍ରୀ ଜଳିଯାଇଛନ୍ତି । ଡବଲ୍ ଡେକୋର ଥିବା ବସଟି ପୁରା ଜଳିଯାଇଛି । ସମସ୍ତ ଆହତଙ୍କୁ ଅଲ୍ ହମାନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।ଏପ୍ରିଲ୍ ୨୦୧୮ରେ ୪ ଜଣ ବିଦେଶୀ ନାଗରିକଙ୍କ ସହ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୫ରେ ଏକ ପ୍ରାର୍ଥନା ସଭାରେ ଅଗ୍ନି ବିସ୍ଫୋରଣ ହୋଇ ୨୩୦୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ')}

Leave a Reply