ଡିସେମ୍ବର ୧ ତାରିଖରୁ ୩୪ ତମ କୋଣାର୍କ ମହୋତ୍ସବ

କୋଣାର୍କ : ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ୫ ଦିନ ବ୍ୟାପୀ ଆୟୋଜିତ ହେବ ୩୪ ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ହେବାକୁ ଥିବା ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏଥିପାଇଁ ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ଦିନ ବ୍ୟାପୀ ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡିଶୀ ସହ କଥକ, ଶତ୍ରିୟ, ମୋହିନୀ ଆଟମ, ଭାରତନାଟ୍ୟମ, କୁଚିପୁଡି ନୃତ୍ୟ ପରିବେଷଣ କରାଯିବ । ଏହାସହ ଚନ୍ଦ୍ରଭାଗାରେ ଆୟୋଜିତ ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ୬ ଜଣ ବିଦେଶୀ ଓ ଦେଶର ୧୦ଟି ରାଜ୍ୟର ବାଲୁକା ଶିଳ୍ପୀଙ୍କ ସମେତ ୧୦୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ । ୩୫ ଟି ଷ୍ଟଲରେ ସେମାନଙ୍କ ବାଲୁକା କଳା ପ୍ରଦର୍ଶିତ କରାଯିବ ।Konark Dance Festival Bhubaneswar, Orissa | odishatourism2016

ବୈଠକରେ ପୋଲିସ, ଟ୍ରାଫିକ, ଆଲୋକିକରଣ, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏଥିରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବଙ୍କ ସମେତ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ଓ ବିଶିଷ୍ଠ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ସହ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।