ରେଲୱେ ଷ୍ଟେସନ ପଛ ପଟେ ବିକୁଥିଲେ ଧଳା ଜହର

1 min read

ଅନୁଗୁଳ: ଦିନ ଦିପହରରେ ଖୁଲମଖୁଲା ଧଳା ଜହର କାରବାର । ନା ଆଇନକୁ ଡର ନା ପୋଲିସକୁ ଭୟ । ସମସ୍ତଙ୍କୁ ଚକମା ଦେଇ ରେଲୱେ ଷ୍ଟେସନ ନିକଟରେ ଏକ ପରିତ୍ୟକ୍ତ ଘରେ ଚାଲିଥିଲା ବିଷ କାରବାର । ଟାର୍ଗେଟରେ ଥିଲେ କଲେଜ ଛାତ୍ରଛାତ୍ରୀ । ଏ ନେଇ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପାଖରେ ଖବର ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆକ୍ସନ ।

ଅନୁଗୁଳ ଜିଲ୍ଲା ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ରେଡ୍ କରି ବ୍ରାଉନସୁଗର ରାକେଟକୁ ଧରିବାରେ ସଫଳ ହୋଇଛି । ତାଳଚେର ରୋଡ୍ ରେଲୱେ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ଘରୁ ୩୩,୨୪ ଗ୍ରାମ୍ ବ୍ରାଉନସୁଗର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ଠାରୁ ୫ଟି ମୋବାଇଲ, ୩ଟି ବାଇକ୍ ସହ ନଗଜ ୫ ହଜାର ୬୨୦ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବଳରାମପ୍ରସାଦ ଗାଁର ସୌଭାଗ୍ୟ ସୁବୁଦ୍ଧି, ନଗେନ କୁମାର ବେହେରା, ବାଦଲ ବେହେରା, ଭୋଗବେରେଣୀ ଗାଁର ଶ୍ରୀରାମ ସାହୁ, ଶାଳଗାଡ଼ିଆ ଗାଁର ଶକ୍ତି ସଂଗ୍ରାମ ଖିଲାର, ଗୋତମରା ଗାଁର ଲୋକେଶ କୁମାର ସାହୁ ।

File Photo

ଏମାନେ ତାଳଚେର ରୋଡ୍ ରେଲୱେ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ଘରେ ବ୍ରାଉନସୁଗର ବେପାର କରୁଥିଲେ । ଖବର ପାଇ ଏସ୍.ଆଇ୍ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଚଢ଼ାଉ କରି ରାକେଟକୁ ଧରିବାରେ ସକ୍ଷମ ହୋଇଛି । ଗତ ୨ ତାରିଖରେ ବଅଁରପାଳ ଥାନା ଗୋତମରା ଗାଁରେ ଚଢ଼ାଉ କରି ସ୍ପେଶାଲ ସ୍କ୍ୱାଡ୍ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୀପକ ସାମଲଙ୍କୁ ଗିରଫ କରିଥିଲା । ')}

Leave a Reply