ରାଜ୍ୟରେ ୯୭ ହଜାର ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୩୨୫୨ ନୂଆ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ୩୬୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶନିବାର ପୁଣି ୩ ହଜାର ୨୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୯୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୬୫ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ୯୭ ହଜାର ୯୨୦ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେହିଭଳି ୬୭ ହଜାର ୮୨୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୫୭୧ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି । ଏବେ ରାଜ୍ୟରେ ୧୬ ଲକ୍ଷ ୭୦ ହଜାର ୯୧୦ କରୋନା ଟେଷ୍ଟ ହୋଇଛି ।
Covid-19 Report For 28th August
New Positives Cases: 3252
In quarantine: 1987
Local contacts: 1265(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 78
3. Bargarh: 146
4. Bhadrak: 76
5. Balangir: 64— I & PR Department, Odisha (@IPR_Odisha) August 29, 2020
ଗତକାଲି ଭଳି ଶନିବାର ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୭୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାୟଗଡ଼ାରୁ ୪୫୦ ଏବଂ କଟକରୁ ୩୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ଦେଖିବା ଏହି ୩ଟି ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧, ବାଲେଶ୍ୱରରୁ ୭୮, ବରଗଡ଼ରୁ ୧୪୬, ଭଦ୍ରକରୁ ୭୬, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୮, ଦେବଗଡ଼ରୁ ୭, ଢ଼େଙ୍କାନାଳରୁ ୯୪, ଗଜପତିରୁ ୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୩୬, ଯାଜପୁରରୁ ୮୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୫୦, କୋରାପୁଟରୁ ୨୫, ମାଲକାନାଗିରିରୁ ୨୧, ମୟୂରଭଞ୍ଜରୁ ୧୨୩, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୨୫, ପୁରୀରୁ ୧୩୫, ସମ୍ବଲପୁରରୁ ୬୩, ସୋନପୁରରୁ ୩୮, ସୁନ୍ଦରଗଡ଼ରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 123
23. Nawarangpur: 41
24. Nayagarh: 120
25. Nuapada: 25
26. Puri: 135
27. Rayagada: 450
28. Sambalpur: 63
29. Sonepur: 38
30. Sundargarh: 94New Recoveries: 2503
Cumulative Tested: 1670910
Positive: 97920
Recovered: 67826
Active Cases: 29571— I & PR Department, Odisha (@IPR_Odisha) August 29, 2020