ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା, ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି
1 min readସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଘଟଣାରେ କେନାଲରୁ ପ୍ରାୟ ୩୨ ଜଣଙ୍କ ମୃତଦେହ ଉଦ୍ଧାର ସହ ୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଯୋଗ୍ୟ, ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପୁଲିସ ଓ ଏନଡିଆରଏଫ ଟିମକୁ ଖବର ଦେଇଥିଲେ। ବସଟି ସିଦ୍ଧିରୁ ସତନା ଯାଉଥିଲା।
ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିବା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବସରେ ପ୍ରାୟ ୫୪ ଯାତ୍ରୀ ଥିଲେ। ପ୍ରଥମେ ଏହି ଘଟଣାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା।