ସାଇକେଲରେ ୨୭ ଘଣ୍ଟାରେ ୪ଶହ କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟରେ ୩୨ ଜଣିଆ ଟିମ୍‌

ନରସିଂହପୁର: ସାଇକେଲରେ ୨୭ ଘଣ୍ଟାରେ ୪ ଶହ କିଲୋମିଟରର ସାଇକେଲ ଯାତ୍ର । ରେକର୍ଡ କରିବା ଲକ୍ଷରେ ବାହାରିଛନ୍ତି ୩୨ ଜଣିଆ ଟିମ୍‌ । ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଭୁବନେଶ୍ୱରରୁ ବାହାରିଛନ୍ତି ରେକର୍ଡ କରିବା ପାଇଁ । ତେବେ ୨୭ ଘଣ୍ଟାରେ ଚାରି ଶହ କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି  ସାଇକେଲ ଯାତ୍ରା । ସୂଚନାରୁ ପ୍ରକାଶ ଯେ ଭୁବନେଶ୍ୱର ସାଇକେଲିଙ୍ଗ୍ ଏଣ୍ଡ ଆଡ଼ଭେଞ୍ଚର କ୍ଳବର ସଭାପତି ତଥା ପରିବହନ କମିଶନର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଙ୍କ ନେତୃତ୍ୱରେ ଏହି ସାଇକେଲ ଶୋଭାଯାତ୍ରାରେ ବାହାରିଛି ।

 

ଏକମାତ୍ର ମହିଳା ସାଇକେଲ ଚାଳକ ସିପ୍ରା ହୋତା ଙ୍କ ସମେତ ଏହି ୩୨ ଜଣିଆ ଟିମ୍  ଭୁବନେଶ୍ୱରରୁ ବାହାରି  ନରସିଂହପୁର ଠାରେ  ପହଁଞ୍ଚିଥିଲେ । ସାର୍ପ ପକ୍ଷରୁ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୁଳମଣି ବାରିକି, ଅଧ୍ୟାପକ ଡ଼ ପ୍ରଫୁଲ କୁମାର ସାହୁ, ସାର୍ପ ସମ୍ପାଦକ  ବିଜୟ କୁମାର ପଣ୍ଡା ଶ୍ରୀ ସଞ୍ଜୀବ ପଣ୍ଡା ଓ ତାଙ୍କ ଟିମ ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସେମାନେ ନରସିଂହପୁରରୁ ବାହାରି ଅଂଶୁପା, ଜାତମୁଣ୍ଡିଆ, ତ୍ରିଶୂଳିଆ ଦେଇ ପୁରୀ, କୋଣାର୍କ ଚନ୍ଦ୍ରଭାଗା ହୋଇ ୨୭ ଘଣ୍ଟାରେ ଚାରି ଶହ କିଲୋମିଟର ଅତିକ୍ରମ କରି ଭୁବନେଶ୍ୱର ସହିଦନଗର ଠାରେ ପହଁଞ୍ଚିବେ ବୋଲି ଆଡିସନାଲ ଡିଜି ତଥା ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

Leave a Reply