ଦେଶରେ ୫ ହଜାର ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ଆଖି ବୁଜିଲେ ୩୨ ଆକ୍ରାନ୍ତ
1 min readନୂଆଦିଲ୍ଲୀ: କାବୁ ହେଉନି କରୋନା । ଦେଶରେ କାୟା ବିସ୍ତାର କରି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ମଙ୍ଗଳବାର ଗୋଟିଏ ଦିନରେ ସାରା ଦେଶରେ ୭୭୩ଟି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି ।
Till date total 402 people have been discharged, total 5194 positive confirmed case have been reported. In last one day 773 positive cases were reported. Total 149 deaths have been reported and around 32 people have died yesterday: Lav Aggarwal,Joint Secy,Health Ministry #COVID19 pic.twitter.com/JUaLNCT270
— ANI (@ANI) April 8, 2020
ସେହିଭଳି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି ୩୨ ଜଣ କରୋନା ସଂକ୍ରମିତ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।
ଦେଶରେ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ମହଜୁଦ୍ ରହିଛି । ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।