ଭାରତରେ କମୁଛି ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୩୧,୧୧୮ ନୂଆ ସଂକ୍ରମିତ
1 min readନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୧,୧୧୮ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
With 31,118 new #COVID19 infections, India's total cases rise to 94,62,810
With 482 new deaths, toll mounts to 1,37,621. Total active cases at 4,35,603
Total discharged cases at 88,89,585 with 41,985 new discharges in last 24 hrs pic.twitter.com/MaBuXqAmps
— ANI (@ANI) December 1, 2020
ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୨ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ କରୋନା ମାମଲା ୯୪ ଲକ୍ଷ ୬୨ ହଜାର ୮୧୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୩୫ ହଜାର ୬୦୩ଟି ମାମଲା ସକ୍ରିୟ ରହିଛି ଏବଂ ୮୮ ଲକ୍ଷ ୮୯ ହଜାର ୫୮୫ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦେଶରେ କରୋନା ପାଇଁ ୧ ଲକ୍ଷ ୩୭ ହଜାର ୬୨୧ ଲୋକ ପ୍ରାଣ ହରାଇଛନ୍ତି।