ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ୩୧୦୦ କୋଟି: ପ୍ରବାସୀ ଶ୍ରମିକଙ୍କ ପାଇଁ ୧ହଜାର କୋଟି

1 min read

ନୂଆଦିଲ୍ଲୀ: କରୋନା ବିରୋଧୀ ମୁକାବିଲାରେ ପିଏମ୍‌ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ୩୧୦୦ କୋଟି ଟଙ୍କା । ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ୨୦୦୦ ହଜାର କୋଟି ଟଙ୍କା ଭେଣ୍ଟିଲେଟର ଖରିଦ କରିବା ପାଇଁ ଖର୍ଚ୍ଚ କରାଯିବ ଏବଂ ଅନ୍ୟ ୧ ହଜାର କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ ।   ଏବଂ ବଳକା ୧୦୦ କୋଟି ଟଙ୍କା ଭ୍ୟାକ୍ସିନ୍ ପ୍ରସ୍ତୁତି ନିମନ୍ତେ ଆରମ୍ଭ ହୋଇଥିବା କାର୍ଯ୍ୟରେ ଖର୍ଚ୍ଚ କରାଯିବ ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୭ ମାର୍ଚ୍ଚରେ କରୋନା ଭୂତାଣୁର ମାମଲା ସାମ୍ନାକୁ ଆସିଲା ପରେ ଦେଶର ପିଏମ୍‌ କେୟାର୍ସ ଫଣ୍ଡର ଆରମ୍ଭ କରିଥିଲେ । ଏବଂ ଲୋକଙ୍କୁ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି ।

୫୦ ହଜାର ଭେଣ୍ଟିଲେଟର କିଣାଯିବ

ଦେଶରେ କୋଭିଡ-୧୯ ବିରୋଧୀ ମୁକାବିଲାରେ ଭୂତ୍ତିଭୁମି ବ୍ୟବସ୍ଥା ସୁଦୃଢ଼ କରିବାକୁ ଭାରତ ୫୦ ହଜାର ଭେଣ୍ଟିଲେଟର କିଣାଯିବ । ୨ ହଜାର ଟଙ୍କା ଲେଖାଏଁ କିଣାଯିବ ଏହି ଭେଣ୍ଟିଲେଟର । ଏହି ଭେଣ୍ଟିଲେଟରଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ଦିଆଯିବ ।

ଦେଶରେ ନିର୍ମିତ ହେବ ଭ୍ୟାକ୍ସିନ  

କୋଭିଡ-୧୯କୁ ରୋକିବା ନେଇ ଭ୍ୟାକ୍ସିନ ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର । ପିଏମ୍‌ଓରୁ ମିଳିଥିବା ସୂଚନା ମୁତାବକ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ୧୦୦ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ ଖର୍ଚ୍ଚ କରାଯିବ ।

Leave a Reply