ବିଏମସି ଅଞ୍ଚଳରୁ ଆଉ ୩୦୯ ଆକ୍ରାନ୍ତ ଚିହ୍ନଟ, ବଢ଼ୁଛି ସ୍ଥାନୀୟ ସଂକ୍ରମଣ

1 min read
Low Risk Building, No Approval Needed From BDA

ଭୁବନେଶ୍ୱର: ରାଜଧାନୀରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ବିଏମସି ଅଞ୍ଚଳରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ୩୦୯ ଜଣ ସଂକ୍ରମିତ ହୋଇଛନ୍ତି । ୮୩ଟି ମାମଲା ହୋମ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୨୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ଅନ୍ୟପଟେ ରାଜଧାନୀରୁ ଗତ ୨୪ ଘଣ୍ଟାରେ ୩୧୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୨୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଲ୍ଡ ଟାଉନ୍ ଅଞ୍ଚଳରୁ ୧୦ ଜଣ । ପଟିଆ ଅଞ୍ଚଳରୁ ୧୦ ଜଣ, ରସୁଲଗଡ଼ ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ୮ ଜଣ ଲେଖାଏଁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ବିଏମସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୩୭କୁ ବୃଦ୍ଧି ପାଇଛି । ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ୮୮୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩ ହଜାର ୫୧୯ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

Leave a Reply