ରାଜ୍ୟରେ ୩୦୩ କରୋନା ରୋଗୀ ସୁସ୍ଥ, ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା

1 min read

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୩ କରୋନା ରୋଗୀ । ସଂକ୍ରମିତଙ୍କ ସଂଖ୍ୟା ସହ ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥ ହାର । ଯେତିକି ଯେତିକି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ସେତିକି ସେତିକି ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରୁ ୫୨୭ ଜଣ କରୋନା ସଂକନ୍ତମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୩୦୩ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ରହିଛି ୨୧ଟି ଜିଲ୍ଲା ।

ନବରଙ୍ଗପୁରରୁ ୯, ପୁରୀରୁ ୭, ବରରଗଡ଼ରୁ ୬ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଢ଼େଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ଅନୁଗଳ, ନୂଆପଡ଼ାରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତସିଂହପୁର, ବଲାଙ୍ଗିର, କୋରାପୁଟ, ମାଲକାନାଗିରିରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସର୍ବାଧିକ ଗଞ୍ଜାମରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୪୬ ଜଣ ଯାଜପୁରରୁ, ୨୮ ଜଣ ଖୋର୍ଦ୍ଧା, କଟକ ୨୧, କେନ୍ଦୁଝର ୧୬, ନୟାଗଡ଼ରୁ ୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ହଜାର ପାର ହୋଇଛି ।

ମଙ୍ଗଳବାର ୫୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୫୨୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୫୨୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି ।

Leave a Reply