spot_img

Latest Posts

ରାଜ୍ୟରେ ୧ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୩ ହଜାର ୧୪ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କରୋନା କହରରେ ପୁରା ରାଜ୍ୟ । ଅଗଷ୍ଟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶ କରୋନା ମୃତ୍ୟୁରେ ତୃତୀୟ ସ୍ଥାନାରେ ପହଞ୍ଚିଥିବା ବେଳେ ଆଜି ଓଡ଼ିଶା କରୋନା ସଂକ୍ରମଣରେ ଏକ ଲକ୍ଷ ପାର କରିଛି । ରବିବାର ୩ ହଜାର ୧୪ ଜଣ କରୋନା ସଂକ୍ରମିତ ନୂଆ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୪୬ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ରହିଛି ୧ ଲକ୍ଷ ୯୩୪  । ସେଥିମଧ୍ୟରୁ ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୬୮୫ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି । ସେପଟେ ଆଜି କରୋନା ଦ୍ୱାରା ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ୧୭ ଲକ୍ଷ ୩୧ ହଜାର ୫୫୬ ଜଣଙ୍କର କରୋନା ଟେଷ୍ଟ ହୋଇଛି ।

ପୂର୍ବଭଳି ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପରେ କଟକରୁ ୩୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଟି ସ୍ଥାନରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳରୁ ୨୫, ବାଲେଶ୍ୱରରୁ ୧୩୮, ବରଗଡ଼ରୁ ୧୨୪, ଭଦ୍ରକରୁ ୪୦, ବଲାଙ୍ଗିରରୁ ୩୫, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୪୯, ଗତପତିରୁ ୯, ଗଞ୍ଜାମରୁ ୨୧୬, ଜଗତସିଂହପୁରରୁ ୬୬, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୬୦, କେନ୍ଦ୍ରାପଡ଼ାରୁ ୪୪, କେନ୍ଦୁଝରରୁ ୬୮, କୋରାପୁଟରୁ ୧୨୦, ମାଲକାନାଗିରିରୁ ୪୯, ମୟୂରଭଞ୍ଜରୁ ୨୯୨, ନବରଙ୍ଗପୁରରୁ ୩୮, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୭, ପୁରୀରୁ ୧୧୮, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୧୦୨, ସୋନପୁରରୁ ୪୪, ସୁନ୍ଦରଗଡ଼ରୁ ୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

Latest Posts

Don't Miss