୨୪ ଘଣ୍ଟା ମଧ୍ୟରେ ଭାରତରୁ ୩୦,୦୦୫ କରୋନା ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଭାରତରେ ଦୖେନିକ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୦ ହଜାର ୦୦୫ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୮ ଲକ୍ଷ ୨୬ ହଜାର ୭୭୫ରେ ପହଞ୍ଚିଛି ।
ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ୪୪୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ଏଯାବତ୍ ୧ ଲକ୍ଷ ୪୨ ହଜାର ୬୨୮ ଲୋକ ପ୍ରାଣ ହରାଇଛନ୍ତି ।
With 30,005 new #COVID19 infections, India's total cases rise to 98,26,775
With 442 new deaths, toll mounts to 1,42,628. Total active cases at 3,59,819.
Total discharged cases at 93,24,328 with 33,494 new discharges in the last 24 hours. pic.twitter.com/lTqW5q7Mv9
— ANI (@ANI) December 12, 2020
ଏମାନଙ୍କ ମଧ୍ୟରେ ୩ ଲକ୍ଷ ୫୯ ହଜାର ୮୧୯ଟି ମାମଲା ସକ୍ରିୟ ରହିଛି । ସେପଟେ ଗୋଟିଏ ଦିନରେ ୩୩ ହଜାର ୪୯୪ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ଏବେ ସୁଦ୍ଧା ୯୩ ଲକ୍ଷ ୨୪ ହଜାର ୩୨୮ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।