ଋଷ ପାଇଁ ବିପଦ ସାଜିଛି ଆମେରିକୀୟ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର
1 min readକିଭ୍: ବେଳକୁ ବେଳ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା । ଅନେକ ଛୋଟବଡ ସହରରେ ଚାଲିଛି ଜୋରଦାର ଯୁଦ୍ଧ । ସେପଟେ କାନ୍ଧରେ ଧରି ନିକ୍ଷେପ କରାଯାଇ ପାରୁଥିବା ଆମେରିକୀୟ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଆଣ୍ଟି ଟ୍ୟାଙ୍କ ଜାଭେଲିନ ଋଷ ଲାଗି ଅଧିକ ବିପଦ ସୃଷ୍ଟି କରିଛି । ଏହି କ୍ଷେପଣାସ୍ତ୍ର ୟୁକ୍ରେନ ସୈନ୍ୟଙ୍କ ନିକଟରେ ପର୍ଯ୍ୟାପ୍ତ ମହଜୁଦ ରହିଛି ।
ତେବେ ବର୍ତ୍ତମାନ ସୁଦ୍ଧା ଏହି କ୍ଷେପଣାସ୍ତ୍ର ଜରିଆରେ ୨୮୦ରୁ ଅଧିକ ଋଷୀୟ ଟ୍ୟାଙ୍କ ଧ୍ୱଂସ କରାଯାଇଥିବା ଦାବି କରିଛି ୟୁକ୍ରେନ । ସେହିପରି ୟୁକ୍ରେନ ସୈନ୍ୟଙ୍କ ନିକଟରେ ଆମେରିକା ନିର୍ମିତ ବିମାନ ବିଧ୍ୱଂସୀ ଷ୍ଟିଞ୍ଜର ମିସାଇଲ ରହିଥିବାରୁ ଅନେକ ଯୁଦ୍ଧ ବିମାନକୁ ଖସାଇବା ସହଜ ହୋଇଛି । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଋଷ ସୈନ୍ୟ ପ୍ରାଣ ହରାଇଥିବା ଦାବି କରିଛି ୟୁକ୍ରେନ ।
ଋଷର ୩୩ଟି ଯୁଦ୍ଧ ବିମାନ, ୩୭ଟି ହେଲିକପ୍ଟର, ୧୦୫ଟି କମାଣ, ୯୩୯ ସାଞ୍ଜୁଆ ଗାଡ଼ି, ୬୦ଟି ଇନ୍ଧନ ଟ୍ୟାଙ୍କ, ୩ଟି ମାନବ ବିହୀନ ବିମାନ, ୧୮ଟି ବିମାନ ବିଧ୍ୱଂସୀ ତୋପକୁ ଧ୍ୱଂସ କରାଯାଇଥିବା ୟୁକ୍ରେନ କହିଛି । ଯୁଦ୍ଧରେ ଏଯାଏ ୧୨ ଲକ୍ଷ ଲୋକ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରକୁ ଚାଲିଯାଇଥିବା କହିଛି ଜାତିସଂଘ ।