ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫସିଲା ସଫାରୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ

ଭୁବନେଶ୍ବର: ସଫାରୀରେ ଦବିଲା ବସ୍‌, ଘେରିଗଲେ ସିଂହ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫସିଲା ସଫାରୀ ବସ୍‌ । ସିଂହ ସଫାରୀକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଅଧା ବାଟରେ ଦବି ଯାଇଥିବା ବେଳେ ବସ୍ ପାଖରେ ସିଂହମାନେ ଘେରି ଯାଇଥିଲେ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ କର୍ମଚାରୀ ।

ସିଂହଙ୍କୁ ଘଉଡ଼ାଇବାରୁ ୩୦ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସଫାରୀ ରାସ୍ତାଟି ମୋରମ୍ ପଡ଼ି ତିଆରି କରାଯାଇଛି । ବର୍ଷାରେ ରାସ୍ତାଟି ଦୁର୍ବଳ ହୋଇଯାଇଥିଲା । ଫଳରେ ବସ୍‌ ଦବି ଯାଇଥିଲା । ସମାନ ଘଟଣା ୨୦୨୧ ନଭେମ୍ବର ୭ ରେ ଘଟିଥିଲା । ନନ୍ଦନକାନନରେ ବାରମ୍ବାର ଏଭଳି ଅଘଟଣ ଘଟୁଥ‌ିବାରୁ ପର୍ଯ୍ୟଟକଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି ।