୩୦ ଟଙ୍କାର ମାସ୍କ୍ ୧୫୦ଟଙ୍କାରେ ବିକ୍ରି !

ଭୁବନେଶ୍ୱର: ରାଜଧାନୀରେ କରୋନାକୁ ନେଇ କଳାବଜାରି । ଭୁବନେଶ୍ୱରରେ ବିଭିନ୍ନ ମେଡିସିନ ଦୋକାନରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ । ମାସ୍କ, ହ୍ୟ।ଣ୍ଡୱାସ ଓ ସାନିଟାଇଜର କଳାବଜାରି ରୋକିବା ପାଇଁ ଯାଞ୍ଚ । ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ସେହିଭଳି କରୋନାକୁ ନେଇ ବିଭିନ୍ନ ମଲ୍‌ରେ ନିଆଯାଇଛି ଆଗୁଆ ପଦକ୍ଷେପ । ଆଡ୍‌ଭାଇଜରି ଜାରି ସହ ହୋଟେଲଗୁଡ଼ିକ ପାଇଁ ଏସ୍‌ଓପି ଜାରି କରାଯାଇଛି ।

୩୦ ଟଙ୍କାର ମାସ୍କକୁ ବିକ୍ରି ହେଉଛି ୧୫୦ ଟଙ୍କାରେ ।  ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ କମିଶନରେଟ ପୋଲିସର ରେଡ୍‌ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ମାସ୍କ, ହ୍ୟାଣ୍ଡୱାସ ଓ ସାନିଟାଇଜର କଳାବଜାରୀ ରୋକିବା ନେଇ ପୋଲିସର ଯାଞ୍ଚ ହୋଇଥିଲା । କଟକରୋଡ ଲାଇଭ ଲାଇଫ୍‌ ମେଡିସନ ଷ୍ଟୋରର ଖୋଲିଛି ମୁଖା । ୧୦ ଟଙ୍କାର ମାସ୍କକୁ  ୩୦ ଓ ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସେହିପରି ସହିଦ ନଗର, ନୟାପଲ୍ଲୀ ସମେତ ଅନେକ ଥାନା ଅଞ୍ଚଳରେ ଯାଞ୍ଚ କରିଛି ପୋଲିସ । ମେଡିସନ ମାଲିକ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଲେଖାଁଏ ମାସ୍କ ଦେବା ସହ କଳାବଜାରୀ ନକରିବା ପାଇଁ ତାଗିଦ କରିଛି । ନିୟମ ଉଲ୍ଲଂଘନ କଲେ ସିଲ କରାଯିବ ବୋଲି ଚେତଇ ଦେଇଛି ପୋଲିସ ।

ମଲରେ କିଭଳି ପ୍ରତିଷେଧକ ନିଆଯିବ, ସେନେଇ ଟୁଇଟ କରିଛନ୍ତି ପୋଲିସ କମିଶନର । ମଲ ଭିତରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ପ୍ରବେଶ କରାଇବା, ଗ୍ରାହକ ମାନେ ୬ ଫିଟ ଦୁରତା ବଜାୟ ରଖିବା, ମଲ ଭିତରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉପରେ ରୋକ୍‌ ସହ ମାସ୍କ ପିନ୍ଧିବାକୁ ଜାରି ହୋଇଛି ଆଡଭାଇଜରି । ମଲ ଭିତରକୁ ଯିବା ପୂର୍ବରୁ ଚେକିଂ କରିବା ସହ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି । ଏହାସହ ମଲ ଭିତରେ ସ୍ୱଚ୍ଛତା ରଖିବା ପାଇଁ ସଫେଇ କରିବା ସହ ମଲ କର୍ମଚାରୀ ମାସ୍କ ବ୍ୟବହାର କରୁଛନ୍ତି । ଆଉ ଯିଏ ବି ମଲ ଭିତରକୁ ଯାଉଛନ୍ତି ହାତରେ ସାନିଟାଇଜର ବ୍ୟବହାର କରୁଛନ୍ତି ।

Leave a Reply