କେନ୍ଦ୍ର ମନ୍ତ୍ରାଳୟରେ ଫାଙ୍କା ପଡ଼ିଛି ୩୦ ପ୍ରତିଶତ ପଦବୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟରେ ପାଖାପାଖି ୩୦ ପ୍ରତିଶତ ପଦବୀ ଖାଲି ପଡିଛି । ମଧ୍ୟମରୁ ଆରମ୍ଭ କରି ବରିଷ୍ଠ ପଦରେ ପରିଚାଳନା କ୍ଷେତ୍ରରେ ପଦବୀ ଖାଲି ପଡିଛି  । ଏହାକୁ ପୂରଣ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ସରକାର ଏଥିରେ କର୍ଣ୍ଣପାତ କରୁନାହାନ୍ତି । ଖାଲି ଏତିକି ନୁହେଁ ବିଗତ ୬ ବର୍ଷ ହେବ କୌଣସି ଅଧିକାରୀଙ୍କର ପଦନ୍ନୋତି ମଧ୍ୟ ହୋଇନାହିଁ । ଏନେଇ ବରିଷ୍ଠ ଅଧିକାରୀ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଫରକ ପଡୁନି । ପଦୋନ୍ନତି ହେଉନଥିବା ବେଳେ ଏହି ସମୟ ମଧ୍ୟରେ ଅନେକ ଅଧିକାରୀ ଅବସର ନେଇସାରିଲେଣି । ଫଳରେ ସେମାନେ ବର୍ଦ୍ଧିତ ଦରମା ଏବଂ ପେନସନ୍ ଜନିତ କିଛି ସୁବିଧାରୁ ବଞ୍ଚିତ ଅଛନ୍ତି  ।

ସେଣ୍ଟ୍ରାଲ ସେକ୍ରେଟେରିଏଟ ସର୍ଭିସ ଫୋରମ ଅନୁସାରେ ୬ ହଜାର ୨୧୦ଟି ସେକ୍ସନ ଅଫିସର ପଦବୀ, ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପଦବୀ ଫାଙ୍କା ପଡ଼ିଛି । ଏଥିସହ ୧୮ ଶହ ୩୯ଟି ପଦବୀରେ ଆଦୌ ନିଯୁକ୍ତି ହେଉନଥିବା ମଧ୍ୟ ଜଣାପଡିଛି । ଅକ୍ଟୋବର ୨୦୨୧ରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପଡିରହିଛି । ପୂର୍ବରୁ କୋର୍ଟ ମଧ୍ୟ ପଦୋନ୍ନତି ପାଇଁ ଅନୁମତି ଦେଇଥିଲେ । ଏସସି ଓ ଏସଟି ଚାକିରିଆଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ତାହା ମଧ୍ୟ ହୋଇପାରିନାହିଁ  ।

Leave a Reply