କୂଅରେ ଭିତରେ ଫସିଛନ୍ତି ୧୩ ଜଣ, ଦୁଇ ମୃତ

ଭୋପାଳ: ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଗଂଜବାସୌଦାରେ ବଡ ଧରଣର ଅଘଟଣ । କୂଅରେ ପଡି ଚାଲିଗଲା ଦୁଇ ଜୀବନ । ଲାଲପଠାର ଗ୍ରାମରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । କୂଅରେ ପ୍ରାୟ ୩୦ ଜଣ ଫସିରହିଥିବାବେଳେ ଅଧା ଲୋକଙ୍କୁ ଉଦ୍ଧାର କରାଯାଇଛି । ଅଧା ଲୋକ କୂଅରେ ଫସିରହିଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ଜଣକ ମୃତ୍ୟୁ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ଓ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଲାଲପଠାର ଗ୍ରାମର ଏକ କୂଅରେ ଜଣେ ୧୪ ବର୍ଷର ନାବାଳକ ପଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ନିକଟରେ ଜମା ହୋଇଥିଲେ ଅନେକ ଲୋକ । ଦୁର୍ଭାଗ୍ୟବସତଃ ଏହି ସମୟରେ ମାଟି ଭୁସୁଡି ପଡିଥିଲା । ଯାହାଫଳରେ କୂଅରେ ପ୍ରାୟ ୩୦ ଜଣ ଲୋକ ପଡିଯାଇଥିଲେ ।

Leave a Reply