କମ୍ପାନୀର କର୍ମଚାରୀଙ୍କୁ ଦଉଡିରେ ବାନ୍ଧି ଲୁଟିନେଲେ ୩୦କେଜିର ସୁନା

ଆଖି ପିଛୁଳାକେ ନେଇଗଲେ ୧୨କୋଟି ଟଙ୍କାର ସୁନା । ୨୦ମିନିଟରେ ଉଠାଇନେଲେ ୩୦କେଜିର ସୁନା ଗାଏବ କଲେ ଦୁର୍ବୃତ୍ତ ।  ଘଟଣାଟି ହେଉଛି ପଞ୍ଜାବର ଯେଉଁଠି ୪ ଜଣ ସଶସ୍ତ୍ର ଡକାୟତ ଦିନ ଦ୍ୱିପ୍ରହରରେ ଏକ ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ଠାରୁ ବନ୍ଧୁକ ଦେଖାଇ ୩୦ କିଲୋଗ୍ରାମ ସୁନା ଲୁଟି ନେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ତେବେ ଏନେଇ ପୋଲିସ ସୋମବାର ଦିନ ଏହି ସୂଚନା ଦେଇଛି । ପୋଲିସ କହିଛି, ଚଣ୍ଡିଗଡ଼ର ଗିଲ ରୋଡରେ ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ କମ୍ପାନୀରୁ ପୂର୍ବାହ୍ନ ୧୧ଟାରେ ଏହି ଡକାୟତି ହୋଇଛି । ସୁନା ଲୁଟ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।

ଦୁର୍ବୃତ୍ତମାନେ କମ୍ପାନୀର କର୍ମଚାରୀଙ୍କୁ ପ୍ରଥମେ ଦଉଡିରେ ବାନ୍ଧିଦେଇଥିଲେ । ମାତ୍ର ୨୦ ମିନିଟରେ ଏହି ଲୁଟ ହୋଇଥିବା ପୋଲିସ କହିଛି । ଲୁଟ ହୋଇଥିବା ସୁନାର ମୂଲ୍ୟ ୧୨ କୋଟି ଟଙ୍କା । ଏହି ଅଫିସ ନିକଟରେ ଅପରାଧ ତଦନ୍ତ କାର୍ଯ୍ୟାଳୟ ଅଛି ।  ପୋଲିସ କମିସନର ରାକେଶ ଅଗ୍ରୱାଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଦୁର୍ବୃତ୍ତମାନେ ଆଇଆଇଏଫଏଲ କର୍ମଚାରୀଙ୍କ ଆଲାରାମ ବଜାଇଥିଲେ । ଏହା ପରେ ସେମାନେ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ଘଟଣା ସମୟରେ ୫ ଜଣ କର୍ମଚାରୀ ଥିଲେ ଏବଂ କୌଣସି ଗ୍ରାହକ ନ ଥିଲେ ।

Leave a Reply